N E W S M A R K E T ™️
11.7K subscribers
73.8K photos
28 videos
26K files
13.2K links
🌎 NEWS MARKET CHANNEL

📢 | DAILY NEWS & CURRENT AFFAIRS
📢 | EDUCATIONAL INFORMATION NOTICE
📢 | GOVT. ALL NOTICE
📢 | OPSC/OSSC/OSSSC NOTICE
📢 | GENERAL KNOWLEDGE & QUESTION
📢 | AND MANY MORE UPDATES.....

💡 CONTACT ADMIN👉🏻 @OFFICIAL32_BOT
Download Telegram
IIM CAT 2024
IBPS PO Short notice Out !
240729061521_Notice_no_3913.pdf
160.9 KB
🔘 OAV UPDATE

🔘 "NOTICE TO THE SHORTLISTED CANDIDATES FOR INTERVIEW (ADVT. NO. 01/2024 )"
🔰 Important Units 🔰


💠1 HP= 746 Watt

💠1 Calorie = 4.18 Joules

💠1 Mile = 1.61 Km

💠1 Pond = 453 gm

💠 1 KwH = 3.6*10^6 Joules

💠1 WH = 3600 Joules

💠1 carret = 200 mg

💠1 Barrel = 159 litres

💠G = 6.67 × 10–¹¹ Nm²/Kg²

💠1 ev. = 1.6*10^-19 Joule

💠1 unit = 1 Kwh

Ꭻᴏɪɴ 𝐮𝐬 ☞︎︎︎ @PDF_NEWS  ☜
👍1
🔴NABARD ପକ୍ଷରୁ ବିଜ୍ଞପ୍ତି: ଅନେକ ପଦ ପୂରଣ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ🔴

ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଅନେକ ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଜୁଲାଇ ୨୭ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ତାହା ଅଗଷ୍ଟ ୧୫ ତାରିଖରେ ସମାପ୍ତ ହେବ । ସେପ୍ଟେମ୍ବର ୧ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ । ଏହି ନିଯୁକ୍ତି ସମ୍ପର୍କରେ ସବିଶେଷ ତଥ୍ୟ ପାଇବା ପାଇଁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଚେକ୍ କରିପାରିବେ ।

ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡରେ ଅନେକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମୋଟ ୧୦୨ଟି ପଦ ଖାଲି ରହିଛି । ଏଥିପାଇଁ ପ୍ରାର୍ଥୀଙ୍କୁ ୮୫୦ ଟଙ୍କାର ଆବେଦନ ଫିସ୍ ଭରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଛି । ପ୍ରାର୍ଥୀମାନେ ମାଷ୍ଟର, ରୁପେ, ଭିଜା ଆଦି ଡେବିଟ କିମ୍ବା କ୍ରେଡିଟ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଂ ଜରିଆରେ ଅନଲାଇନ୍ ମୋଡ଼ରେ ପେମେଣ୍ଟ କରିପାରିବେ । ଚଳିତ ବର୍ଷ ଜୁଲାଇ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ନିୟମ ଅନୁସାରେ ପ୍ରାର୍ଥୀଙ୍କର ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ବିଷୟରେ ଡିପ୍ଲୋମା, ଡିଗ୍ରୀ, ପିଜି, ପିଜି ଡିପ୍ଲୋମା ଆଦି ରହିଥିବା ଆବଶ୍ୟକ ।


🔆 ଅନଲାଇନ୍ ଆବେଦନ

🔗 https://ibpsonline.ibps.in/nabardjul24/

🔆 ଅଫିସିଆଲ ନୋଟିଫିକେସନ

🔗 https://shorturl.at/HetZx
👍1
SAIL ପକ୍ଷରୁ ନିଯୁକ୍ତି: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ୪୦୦ ପଦ ପୂରଣ ହେବ, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (ସେଲ), ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ୪୦୦ ପଦ ପୂରଣ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୧୦ ଅନଲାଇନ୍ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କୁ ଟ୍ରେଡ ଆପ୍ରେଣ୍ଟିସ, ଟେକ୍ନିସିଆନ ଆପ୍ରେଣ୍ଟିସ ଓ ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ବିଭାଗରେ ଆଇଟିଆଇ, ଡିପ୍ଲୋମା, ବି.ଟେକ ରହିଥିବା ଆବଶ୍ୟକ ।

ଟ୍ରେଡ ଆପ୍ରେଣ୍ଟିସରେ ୨୧୩ଟି ପଦ, ଟେକ୍ନିସିଆନ ଆପ୍ରେଣ୍ଟିସରେ ୧୩୬ଟି ପଦ ଓ ଗ୍ରାଜୁଏଟ ଆପ୍ରେଣ୍ଟିସରେ ୫୧ଟି ପଦ ଖାଲି ରହିଛି । ଚଳିତ ବର୍ଷ ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଆପ୍ରେଣ୍ଟିସ ଆକ୍ଟ, ୧୯୬୧, ଆପ୍ରେଣ୍ଟିଶିପ ରୁଲ୍ସ ୧୯୯୨ ଅନୁସାରେ ପ୍ରାର୍ଥୀମାନେ ମାସିକ ଷ୍ଟାଇପେଣ୍ଡ ପାଇବାକୁ ଯୋଗ୍ୟ ହେବେ ।


🔆 ଅନଲାଇନ୍ ଆବେଦନ ଲିଙ୍କ:

https://portal.mhrdnats.gov.in/boat/login/user_login.action
👍1
Post Graduate Admission E-Counselling-2024
👍1
ସବୁ ବିଭାଗର ନଥି କାର୍ଯ୍ୟ ଓଡ଼ିଆରେ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ l
👍2
SKINNY

🎽thin
🎽slim
🎽lean
🎽bony
🎽slender
🎽size zero
🎽thin as a rake
🎽skin-and-bones
Giving opinions

🤔Without a doubt...
🤔It seems to me that...
🤔In my humble opinion...
🤔I'm pretty confident that...
🤔As far as I'm concerned...
🤔Correct me if I'm wrong, but...
🤔To the best of my knowledge...
🤔I've come to the conclusion that...
GROUPS OF ANIMALS

pride of 🦁lions
flight of 🐦birds
team of 🐂oxen
herd of 🐄cattle
school of 🐟fish
colony of 🐜ants
swarm of 🐝bees
pack of 🐺wolves
litter of 🐕puppies
murder of 🐦crows
troop of 🐒monkeys
#IDIOMS

🗣️ through thick and thin: in good times and bad times

⌛️ against the clock: racing against time or a deadline

🌱 grow on you: start to like something or someone over time
PUNCTUATION

: colon
, comma
{} braces
- hyphen
* asterisk
# hashtag
@ at sign
... ellipsis
[] brackets
; semicolon
& ampersand
$ dollar sign
' apostrophe
_ underscore
​​​​🗒 ସାଧାରଣଜ୍ଞାନ ପ୍ରଶ୍ନ
◈ ━━━★-★━━━ ◈

ତଳେ ଦିଆଯାଇଥିବା " ଆଜିର ସାଧାରଣଜ୍ଞାନ ପ୍ରଶ୍ନ " ଉପରେ କ୍ଲିକ କରି ଆପଣମାନେ ଉତ୍ତର ଦିଅନ୍ତୁ l ଆଉ ହଁ ଚ୍ୟାନେଲକୁ ପ୍ରଥମେ ସବସ୍କ୍ରାଇବ କରିବେ ନିଶ୍ଚିତ ଏବଂ Community ରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦିଅନ୍ତୁ l
👍2
🌎 𝔼𝕏𝔸𝕄 𝕄𝔸ℝ𝕂𝔼𝕋

📢 | ଯେଉଁ ଛାତ୍ରଛାତ୍ରୀମାନେ ଯୋଡ଼ି ହୋଇନାହାନ୍ତି ତଳେ ଦିଆଯାଇଥିବା ଚ୍ୟାନେଲ ଲିଙ୍କ୍ ମାଧ୍ୟମରେ JOIN କରନ୍ତୁ କାରଣ ଏଠାରେ ସମସ୍ତ ଏଣ୍ଟ୍ରାନ୍ସ ବହି ମିଳିବା ସହିତ ପାଠପଢା ସାମଗ୍ରୀ ମିଳୁଅଛି l


➡️ https://telegram.me/EXAM_MARKET
👍3
Father of different Subjects

𝐉𝐨𝐢𝐧 𝐮𝐬🔜 @PDF_NEWS
❇️ 30th JULY

👥 International Day of Friendship
अंतर्राष्ट्रीय मित्रता दिवस


Theme24 : Highlight the importance of friendship and its positive effects on people and communities

🫂International Day of Friendship is a day to appreciate and promote friendships from all backgrounds. Celebrated across the globe on July 30, 2022, the day aims to bridge the gaps between factors such as race, language and culture.

🫂 Article 15

🫂The Civil Rights Act of 1964, which banned discrimination on the basis of race, color, religion, sex, or national origin.

=•=•=•=•=•=•=•=•=•=•=•=
🥷World Day against Trafficking in Persons
व्यक्तियों की तस्करी के खिलाफ विश्व दिवस


🕴To "raise awareness of the situation of victims of human trafficking and for the promotion and protection of their rights."

🏢 UN General Assembly (UNGA)
▪️ Established : 1945
▪️ Headquarters: New York, US
▪️ President: H.E. Csaba Kőrösi(77th)

Ꭻᴏɪɴ 𝐮𝐬 ☞︎︎︎ @PDF_NEWS  ☜
╭─────────────────────╮
🌄ସକାଳର ଖବର, ୩୦-ଜୁଲାଇ-୨୦୨୪, ମଙ୍ଗଳବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଠାରେ ଆଜି CII ପୋଷ୍ଟ ବଜେଟ୍ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ କରିବେ ସମ୍ବୋଧିତ l

➡️୨-ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟିହେବ ଆଉ ଏକ ଘୂର୍ଣ୍ଣିବଳୟ l ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କଲେ ଆଞ୍ଚଳିକ ପାଣିପାଗ ବିଭାଗ l

➡️୩-ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍ । ଏଣିକି ୧୮ ବର୍ଷରୁ କମ୍ ପିଲା ଗାଡି ଚଳାଉଥିବା ବେଳେ ଧରାପଡିଲେ ସିଜ୍ ହେବ ଗାଡି । ୨୫ ହଜାର ଟଙ୍କାର ଫାଇନ ସହ ଅଭିଭାବକଙ୍କ ନାଁରେ ହେବ ଏଫଆଇଆର ।

➡️୪-୪ ଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l କହିଲେ ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାର ବିକାଶ ବହୁ ଆଗକୁ ଯିବ। ବିକାଶର କେନ୍ଦ୍ର ବିନ୍ଦୁ ହେବ ଓଡ଼ିଶା l

➡️୫-ଏଣିକି ଖାଲସାର ଗୌରବ ତଥା ସମ୍ମାନର ପ୍ରତୀକ ନିଶାନ ସାହିବର ରଙ୍ଗ ଆଉ ଏବେ ଗେରୁଆ ହେବନି, ଏହା ହଳଦିଆ (ବସନ୍ତି) ରଙ୍ଗର ହେବ। ଏନେଇ ଶିଖ ମାନଙ୍କ ପ୍ରମୁଖ ସଂସ୍ଥା ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସଜିପିସି) ଦେଲେ ଏହି ସୂଚନା l

➡️୬-ଏଣିକି ଶିମିଳିପାଳରେ କଳାବାଘଙ୍କ ପାଇଁ ଖୋଲାଯିବ କଳାବାଘ ସଫାରୀ, ମିଳିଲା ‘ସେଣ୍ଟ୍ରାଲ ଜୁ ଅଥରିଟି’ର ଅନୁମତି l ଚଳିତ ବର୍ଷ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯିବ ବୋଲି ସୂଚନା ଦେଲେ ବନ୍ୟ ପ୍ରାଣୀ ପିସିସିଏଫ।

➡️୭-ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଜାରି l ବାଚସ୍ପତି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁନାହାନ୍ତି କହି ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଲେ ତାରା ପ୍ରସାଦ ବାହିନୀପତି, କଲେ କକ୍ଷତ୍ୟାଗ l

➡️୮-ଏଣିକି ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ଲୋକ ଅଦାଲତ ଜରିଆରେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ଖୁବ୍ ଶୀଘ୍ର କରିବାକୁ ହେବ ଚେଷ୍ଟା l

➡️୯-ସଂସଦରେ ଉଠିଲା କୋଇଲା ରୟାଲିଟ ସଂଶୋଧନ ପ୍ରସଙ୍ଗ, ୧୪ ପ୍ରତିଶତରୁ ୨୦ ପ୍ରତିଶତ କରିବାକୁ ହେଲା ଦାବି l

➡️୧୦-ଅଗଷ୍ଟ ୨୦୨୩ରେ ଦିଆଯାଇଥିବା ଆଦେଶକୁ ଅବମାନନା କରିଥିବାରୁ ପତଞ୍ଜଳି ଆୟୁର୍ବେଦ ଉପରେ ୪ କୋଟି ଟଙ୍କାର ଜରିମାନା ଲଗାଇଲେ ବମ୍ବେ ହାଇକୋର୍ଟ l
Ꭻᴏɪɴ 𝐮𝐬 ☞︎︎︎
@PDF_NEWS ☜
➡️୧୧-ଖୁବଶୀଘ୍ର ଭିସ୍ତାରା ଏୟାର ଲାଇନ ଏୟାର ଇଣ୍ଡିଆ ସହ ବିଲୟ ହେବାକୁ ଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମିଶ୍ରଣ ହେବା ନେଇ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିପାଇଁ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

➡️୧୨-ଏଣିକି ୟୁପିରେ ‘ଲଭ ଜିହାଦ’ କଲେ ହେବ ଆଜୀବନ ଜେଲ, ଯୋଗୀ ସରକାର ଆଣିଲେ ନୂଆ ଆଇନ l ବର୍ତ୍ତମାନ ଉପସ୍ଥାପିତ ହୋଇଥିବା ସଂଶୋଧନ ବିଲ୍ ଅଗଷ୍ଟ ୨ ତାରିଖରେ ବିଧାନସଭାରେ ସ୍ୱର ଭୋଟରେ ପାରିତ ହେବାର ସମ୍ଭାବନା ରହିଛି।

➡️୧୩-ଆରବିଆଇର ‘କରେନ୍ସି ଏବଂ ଫାଇନାନ୍ସ ରିପୋର୍ଟ ୨୦୨୩-୨୪’ ଅନୁସାରେ ୨୦୨୩ରେ ଭାରତରେ ସାଇବର କ୍ରାଇମ ଦ୍ବାରା ହେଉଥିବା ତଥ୍ୟ ଚୋରି ଡାଟା ବ୍ରିଚ୍‌ର ହାରାହାରି ମୂଲ୍ୟ ୨.୧୮ ମିଲିୟନ ଡଲାରରେ ପହଞ୍ଚିଲା । ଯାହା ୨୦୨୦ ଠାରୁ ପ୍ରାୟ ୨୮ ପ୍ରତିଶତ ଅଧିକ।

➡️୧୪-‘ଇଣ୍ଡିଆ ଆଉଟ୍’ସ୍ଲୋଗାନ ଦେଇଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ନେଇ ଚିନ୍ତିତ ଥିବାବେଳେ ଭାରତୀୟ ପର୍ଯ୍ୟଟକଙ୍କୁ ମନେଇବା ପାଇଁ ‘ୱେଲକମ୍ ଇଣ୍ଡିଆ’ ଅଭିଯାନରେ ସାମିଲ ହେବାକୁ ମାଳଦ୍ୱୀପ ପର୍ଯ୍ୟଟନ ମନ୍ତ୍ରୀ ଇବ୍ରାହିମ ଫୈସଲ ଦିଲ୍ଲୀରେ ଆସି ପହଞ୍ଚିଲେ l

➡️୧୫-ଦିଲ୍ଲୀ କୋଚିଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ଦିଲ୍ଲୀର ଏଲଜି ବିନୟ କୁମାର ସକ୍ସେନା ଦେଲେ ଏହି ସୂଚନା l

➡️୧୬-ସ୍ୱୀଡେନ କୂଳରୁ ପ୍ରାୟ ୧୯୦ ଫୁଟ୍ ଗଭୀରରେ ମିଳିଲା ଦୀର୍ଘ ବର୍ଷ ଧରି ବୁଡ଼ି ରହିଥିବା ୧୭୧ ବର୍ଷ ପୁରୁଣା ଜାହାଜର ଭଗ୍ନାବଶେଷ l ଏହି ଜାହାଜ ଉନବିଂଶ ଶତାବ୍ଦୀର । ଜାହାଜରେ ଲଦଜରୀ ମଦରେ ଭର୍ତ୍ତି ରହିଛି । ସମ୍ଭାବତଃ ଏହା ରୁଷର ରାଜାଙ୍କ ପାଇଁ ନିଆଯାଉଥିଲା ।

➡️୧୭-ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଦେଲେ ଖୋଲା ଚେତାବନୀ l ଯଦି ଆମେରିକା ଜର୍ମାନୀରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ନିୟୋଜନ କରେ ତେବେ ଏହାର ପ୍ରତିକ୍ରିୟାରେ ମଧ୍ୟବର୍ତ୍ତୀକାଳୀନ ଆଣବିକ କ୍ଷେପଣାସ୍ତ୍ର ଉତ୍ପାଦନ ଆରମ୍ଭ କରିବ ରୁଷିଆ l

➡️୧୮-ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍‌ ର ଶେଷ ମ୍ୟାଚ ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ସେହିପରି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ODI ଅଗଷ୍ଟ ୨ରେ ଖେଳାଯିବ । ଏହି ସିରିଜର ସମସ୍ତ ODI ମ୍ୟାଚ୍ କଲମ୍ବୋରେ ଖେଳାଯିବ ।

➡️୧୯-ଭାରତରେ ଖେଳାଯିବ ଏସିଆ କପ୍ ୨୦୨୫, ୩୪ ବର୍ଷ ପରେ ମିଳିଲା ଟୁର୍ଣ୍ଣାମେଣ୍ଟ ଆୟୋଜନର ଦାୟିତ୍ୱ l ଆଗାମୀ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଶେଷ ଥର ପାଇଁ ଭାରତ ୧୯୯୦-୯୧ରେ ଏସିଆ କପ୍ ଆୟୋଜନ କରିଥିଲା, ଯାହା ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସଂସ୍କରଣ ଥିଲା ।

➡️୨୦-ଅଲମ୍ପିକ୍ସ ହକି : ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ୧-୧ ଗୋଲରେ ମ୍ୟାଚ ହେଲା ଶେଷ l ଆଜି ଭାରତ ଏବଂ ଆୟର୍ଲାଣ୍ଡ ମୁହାଁମୁହିଁ ହେବେ।

📌 ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲରେ ଯୋଡି ହେବାକୁ ଚାହୁଁଥିଲେ ଏହି
https://whatsapp.com/channel/0029Va4eB2XDjiOXpZFO8y2Y ଲିଙ୍କକୁ କ୍ଲିକ୍ କରିକି ଯୋଡ଼ି ହୋଇ ପାରିବେ ll

🔅ଆଜି ଆନ୍ତର୍ଜାତୀୟ ବନ୍ଧୁତା ଦିବସ ll
🔅ଆଜି ଶ୍ୱଶୁର ଦିବସ ll
🔅ଆଜି ଜାତୀୟ ସହାୟତା ଜନ ଶିକ୍ଷା ଦିବସ ll
🔅ଆଜି ବ୍ୟକ୍ତିବିଶେଷଙ୍କ କାରବାର ବିରୋଧରେ ବିଶ୍ୱ ଦିବସ ll
🔅ଆଜି ଶ୍ରୀ ମୁତୁ ଲକ୍ଷ୍ମୀ ରେଡ୍ଡୀ ଜନ୍ମଦିନ ll

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll
👍5
କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସ୍ବତନ୍ତ୍ର ବିଏଡ଼ ଯୋଗ୍ୟତାକୁ ଆଗ୍ରାହ୍ୟ